- ୧୦୦ ଛାତ୍ର ପାଇଁ ନୂତନ ହଷ୍ଟେଲ ପାଇଁ ଶିଳାନ୍ୟାସ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଆଜି (ଶନିବାର) ସଭାପତି ପ୍ରକାଶ ମାଝୀଙ୍କ ସଭାପତିତ୍ୱରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବାଗତ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ସ୍ୱାଗତ କରିବା ସହିତ ନୂତନ ଛାତ୍ରାବାସ ପାଇଁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରଞ୍ଜିତ କୁମାର ସାହୁ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷ ସଂକୀର୍ତନ ବେହେରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା, ସ୍କୁଲ ପରିବେଶ ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ମିଳିତ ଉଦ୍ୟମରେ ଏକ ସୁନ୍ଦର ଶିକ୍ଷାନୁଷ୍ଠାନ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ସମସ୍ତ ନବାଗତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ ଅଧ୍ୟାପକ ଆଶିଷ କୁମାର ପଣ୍ଡା, ରିପୁ ଦମନ, ସୌରଭ ମିଶ୍ର, ବାଦଲ କୁମାର ନାଗ, ଗଣେଶ ଦୋରା, ମହେନ୍ଦ୍ର ବେସରା, ଜଗମୋହନ ସୁନା, ମଳୟ ରଞ୍ଜନ ବାଗ, ପ୍ରକାଶ ଷାଣ୍ଢ, ଅଧ୍ୟାପିକା ମମିତା ମାଝୀ, ଜମ୍ବୁବତୀ ନାଗ, ଚିନ୍ମୟୀ ମହାପାତ୍ର, ଦୀପ୍ତିରାଣୀ ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ପୃଥିବୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।