ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ମାମା ଜଗଦମ୍ବା ସରସ୍ୱତୀଙ୍କ ୫୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମାମାଙ୍କ ଅନେକ ଦିଗଦର୍ଶନ ଓ ପ୍ରେରଣା ସଂସାରକୁ ଅମୂଲ୍ୟ ବରପ୍ରଦାନ ହୋଇଛି ବୋଲି ସ୍ମରଣଯୋଗ୍ୟ ଭାବ ଉପରେ ଆଲୋଚିତ ହୋଇଛି ।
ପ୍ରଥମେ ରାଜଯୋଗିନୀ ବ୍ରହ୍ମାକୁମାରୀଙ୍କ ଦ୍ଵାରା ସୁନ୍ଦର ରାଜଯୋଗ ପ୍ରଶିକ୍ଷଣ ପ୍ରଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଜ୍ଞାନଯଜ୍ଞ ପ୍ରସାଦ ଭକ୍ତଙ୍କୁ ଅର୍ପିତ କରିବା ପୂର୍ବକ ଅତିଥିଙ୍କ ଦ୍ଵାରା ଜ୍ଞାନ ସଞ୍ଚରଣ କରାଯାଇଥିଲା ।
ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀଙ୍କ ପୌରୋହିତ୍ୟି ଅନୁଷ୍ଠିତ ଆନୁଷ୍ଠାନିକ ଆଧ୍ୟାତ୍ମିକ ସଭାରେ ଜଗତସିଂହପୁର ଜିଲ୍ଲା ଏରୋସମା ଅଞ୍ଚଳର ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କାହ୍ନୁ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତନ ମନ ଧନ ଉପରେ ତାତ୍ତ୍ଵିକ ଆଲୋଚନା କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ଇଣ୍ଡିଆନ କୋଷ୍ଟଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଧନଞ୍ଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ ଆଡଭୋକେଟ କେ.ଚନ୍ଦ୍ର ଶେଖର ରେଡ୍ଡୀ ଯୋଗଦେଇ ଏହି ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି କରିଥିବା ଅନୁଭୂତି ସମ୍ପର୍କରେ କହିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ ।