oom

ଗ୍ରାମବାସୀଙ୍କ ହାତରେ ଧରାପଡିଲା ବାଇକ୍‌ ଚୋର

jsmm

ନୂଆପଡା : ବାଇକ ଚୋରକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ । ସୂନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ଥାନା ଡୁଆଝର ଗ୍ରାମରୁ ମଙ୍ଗଳବାର ରାତିରେ ଗଣ୍ଡା ସତନାମୀଙ୍କ ଘରୁ ଏକ ବାଇକ୍‌ ଚୋରି କରି ପାଖରେ ଥିବା ଶରଧାପୁରରେ ରଖି ଦେଇ ବାଇକ୍‌କୁ ଡୁଆଝର ଗ୍ରାମକୁ ଆସି ପୁଣି ଆଉ ଏକ ବାଇକ୍‌ ଚୋରି କରି ନେଉଥିବା ବେଳେ ପାଖରେ ଥିବା ଗ୍ରାମର କିଛି ଲୋକମାନେ ସନ୍ଦେହ କରିଥିଲେ । ପରେ ପରେ ପଚରା ଉଚୁରା କରି ଜାଣିବା ପରେ ଗ୍ରାମର ଏକ ବିଦ୍ୟୁତ ଖୁଂଟରେ ଚୋରକୁ ବାନ୍ଧି ଦେଇଥଲେ ଗ୍ରାମବାସୀ । ଅଭିଯୁକ୍ତ ଯୁବକ ହେଉଛି ବୋଡେନ ଥାନା ଦାବରୀ ଗ୍ରାମର ରୁପ ସିଂ । ପରେ ଖବର ପାଇ ଖଡିଆଲ ପୁଲିସ ଅଭିଯୁକ୍ତକୁ ଥାନାକୁ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ଯୁବକକୁ ଥାନାରେ ଅଟକ ରଖାଯାଇ ଘଟଣାରେ ଆଉ କେଉଁ କେଉଁମାନେ ସାମିଲ୍‌ ଅଛନ୍ତି, ତାହା ତଦନ୍ତ ଆରମ୍ଭ କରାଯାଇଛି ବୋଲି ଖଡିଆଲ ଥାନା ଅଧିକାରୀ କହିଛନ୍ତି ।

jittmm
Leave A Reply

Your email address will not be published.