ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ

ରାଇରଙ୍ଗପୁର : ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ରାଇରଙ୍ଗପୁର ଥାନା ଅର୍ନ୍ତଗତ ତାଳଗାଁର ଗୋପାଳ ମୁଣ୍ଡାରୀ । ସେ ପ୍ରାଥମିକ ସ୍କୁଲରେ ପାଠ ପଢାଉ ଥିଲେ । ଯାହା ଦରମା ପାଉଇଲେ ସେଥିର ନିଜର ପରିବାର ପୋଷୁଥିଲେ । କିନ୍ତୁ ବର୍ଷେ ହେବ ସେ ଅବସର ନେଇଥିଲେ । ପେନ୍‌ସନ୍‌ ଟିକାକ ଲାଗି ଦଉଡି ଦଉଡି ଥକି ଯାଇଥିଲେ । ପରେ ପରେ ତାଙ୍କ ପରିସ୍ଥିତି ଏତେ ଦୁର୍ବଳ ହୋଇ ଯାଇଥିଲା ଯେ ସେ ନିଜର ଚାଷଜମିରେ କାମ କରୁଥିବା ଦିନ ମଜୁରିଆମାନଙ୍କୁ ମଜୁରୀ ଦେଇ ପାରି ନଥିବା ବେଳେ ପରେ ତାଙ୍କ ପରିବାରଙ୍କୁ ଫୋନ କରିଥିଲେ । କିଛି ସମୟ ଯିବା ପରେ ତାଙ୍କ ପୁଅ ଦିନ ମଜୁରିଆଙ୍କୁ ପାରିଶ୍ରମିକ ଦୋବା ପାଇଁ ଚାଷଜମିକୁ ଯାଇଥିଲା । ସେ ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ସାରିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ, ଅର୍ଥ ଅଭାବ ଓ ମାନସିକ ଦୁଶ୍ଚିନ୍ତାରେ ବହୁ ଦିନ ହେଲା ସେ ରହିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.