oom

କ୍ଷତିଗ୍ରସ୍ତ ହୋଇଥିବା ୪ ଜଣ ଚାଷୀଙ୍କୁ ଭେଟିଲେ ବିଜେଡି ନେତା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା ପଂଚାୟତ ବାଲବେଙ୍ଗ ଗ୍ରାମରେ ଥିବା କୌତୁକ ନାଗଙ୍କ ଧାନ ଖଳା ଠାରେ ଗାଁର ଚାରି ଜଣ ଗରିବ ଚାଷୀମାନେ ମିଶି ଏକା ସାଙ୍ଗରେ ମିଶି ଧାନକୁ ଧାନଖଳାରେ ରଖିଥିଲେ । କୋହଳା ପାଗ ଓ ଲଘୁଚାପ ଯୋଗୁଁ ଧାନ ସବୁ ଖଳାରେ ଗଚ୍ଛିତ ଥିଲା । ଧାନକୁ ସକାଳେ କେହି ଦୃବୃର୍ତ୍ତ ନିଆଁ ଲଗାଇ ଦେବା ଫଳରେ ପାଂଚ ଏକରରୁ ଉଦ୍ଧ୍ୱର୍ ଚାଷ ଜମିରେ ହୋଇଥିବା ଧାନ ଫସଲ ପୋଡି ଯାଇ ପାଉଁଶ ହୋଇଯାଇଥିବା ବେଳେ କୌଣସି ସୂତ୍ରରୁ ଚାଷୀମାନେ ଖବର ପାଇ ପହଂଚି ପାଖରେ ଥିବା ଏକ ବୋରୱେଲରୁ ପାଣି ଆଣି ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଗତକାଲି ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ୪ ଜଣ ଚାଷୀଙ୍କୁ ଭେଟିଛନ୍ତି ବିଜେଡି ନେତା ତଥା କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ଚାଷୀମାନେ ମୁଣ୍ଡରେ ହାତ ଦେଇ ହତାଶ ହୋଇଯାଇଛନ୍ତି । ଧାର କରଜ କରି ବର୍ଷକର ପରିଶ୍ରମରେ ଧାନ ଫସଲ ଅମଲ କରିଥିଲେ । ଗାଁର କୌତୁକ ନାଗ, ନନ୍ଦ ଥପା, ସମ୍ପତ୍ତି ନାଏକ, ସଂକୀର୍ତ୍ତନ ଥପା ଏବେ ବେସାହାରା ହୋଇଯାଇଛନ୍ତି । ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.