oom

ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମୋ’ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତନ ଧରୁଆ ଓ ଗୋପାଳ ବୁଡେକ ତଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ଯୋଗ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବାଗ ଯେଉଁ ବିଦ୍ୟାଳୟ ଆମକୁ ଗଢି ତୋଳିଛି ତାକୁ ସମୟ ଦେବା ଓ ସଜାଡିବା ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍‌ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ଲକରେ ଚାଲୁଥିବା ମୋ’ ସ୍କୁଲ ଅଭିଯାନ ସମ୍ପର୍କିତ ପ୍ରମୁଖ ଶାସନ ସଚିବଙ୍କ ୨୬ ତାରିଖରେ ପ୍ରଦତ୍ତ ପତ୍ରକୁ ପାଠ କରାଯାଇ ତଥା ଉପରିସ୍ଥ ଅଧିକାରୀଙ୍କ ଉପଦେଶ ଅନୁସାରେ ତା ଉପରେ ବ୍ଲକ ସ୍ତରୀୟ ଟିମ୍‌ ଗଠନ କରାଯାଇଥିଲା ଏବଂ ଆଗାମୀ ୧ ମାସ ମଧ୍ୟରେ ୧୫ ଲକ୍ଷ ଟଙ୍କା ମୋ’ ସ୍କୁଲ ଅଭିଯାନ ପାଣ୍ଠିରେ ଜମା କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା । ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jittmm
Leave A Reply

Your email address will not be published.