କରୋନା ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : କୋଭିଡ-୧୯ ଟୀକାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ମୋନିଷା ବାନାର୍ଜୀ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଏହି ଟୀକାକରଣକୁ ଜିଲ୍ଲାରେ ଶତ ପ୍ରତିଶତ ସଫଳ କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ନାଗରିକ ସମାଜ ପ୍ରଭୁତି ଏକଜୁଟ ହୋଇ ଉତ୍ତମ ସମନ୍ୱୟ ରକ୍ଷା ପୂର୍ବକ ସମ୍ପାଦନ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି କ୍ଷ ଟୀକାକରଣ ନିମିତ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ଟୀକାକରଣ ସମ୍ୱନ୍ଧୀୟ ଆବଶ୍ୟକ ତଥ୍ୟ ଜିଲ୍ଳାସ୍ୱାସ୍ଥ୍ୟ ସମିତି ତରଫରୁ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଡବ୍ଲୁ ଏଚ ଓ ପ୍ରତିନିଧି ଡ.ଅବନିନ୍ଦ୍ର ସାହୁ ଉପସ୍ଥାପନା କରିଥିଲେ କ୍ଷ ଜିଲ୍ଲାରେ ଟୀକାଦାତା ଓ ଟୀକାଦାନ ପାଇଁ ସ୍ଥାନ ନିର୍ଣ୍ଣୟ କରାଯାଇଥିବା ବେଳେ କୋଲ୍ଡଚେନ୍ ପଏଣ୍ଟ୍ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀ ମାନେ କୋଭିଡ-୧୯ ଟୀକାକରଣ ସଫ୍ଟୱେୟାର ଟ୍ରେନିଂ ନେଇସାରିଛନ୍ତି । ବୟସକୁ ନେଇ ସର୍ଭେ କାମ ସମାପ୍ତ ହୋଇଛି । ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିବା ନେଇ ଅବଗତ କରାଯାଇଥିଲା ।
ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ବ୍ଲକ୍ ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ ହେବ, ପ୍ରତ୍ୟେକ ୧୫ ଦିନରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ବସିବ, ଘରୋଇ ଭ୍ୟାକ୍‌ସିନେଟରଙ୍କ ଏକ ତାଲିକା ପ୍ରସ୍ତୁତ କରି ଅତିଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ୧୫ ଦିନ ମଧ୍ୟରେ ଷାଠିଏ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯିବ।ଏହି ସର୍ଭେରେ ଆଶା, ଅଙ୍ଗନବାଡି କର୍ମୀ ଓ ଏଏନ୍‌ଏମ୍ ପ୍ରଭୁତି ନିୟୋଜିତ ହେବେ ।ଟୀକାକରଣର ସଫଳତା ପାଇଁ ଏନ୍‌ଜିଓ ମାନଙ୍କର ସହାୟତା ନିଆଯିବ । ସମସ୍ତ ସହେଯାଗୀ ବିଭାଗ ଟୀକାକରଣରେ ନିୟୋଜିତ ହେବେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ସୂର୍ୟ୍ୟ ନାରାୟଣ ଦାଶ, ପିଡିଡିଆର୍‌ଡିଏ ଡୋଳାମଣି ପଟେଲ, ବୀରମହାରାଜପୁର ଉପ-ଜିଲ୍ଲାପାଳ, ଅଶୋକ କୁମାର ଭୋଇ,ସି ଡିଏମଓ, ଡାକ୍ତର ଦିଲୀପ ପଣ୍ଡା, ଡିଏସ୍‌ଡବ୍ଲୁଓ, ଡିଇଓ, ଡିଆଇପିଆର୍‌ଓ ତଥା ବିଭିନ୍ନ ସରକାରୀ ବିଭାଗର ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏବଂ ଏନ୍‌ଜିଓ ଗୁଡିକର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.