ନିଷ୍ଠା ପରିବାର ତରଫରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଉଦ୍ଧାର ଓ ଚିକି‌ତ୍ସା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୨୩ ତାରିଖ ବରଗଡ ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ତରଫରୁ ବୃଦ୍ଧ ଦମ୍ପତ୍ତି ହରିଶ ଚନ୍ଦ୍ର ପ୍ରଧାନ(୮୦) ଓ ପ୍ରତିମା ପ୍ରଧାନ(୬୮)ଙ୍କୁ ଉଦ୍ଧାର କରାଯାଇଥିଲା । ମଉସାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କର ଏକ ମେଜର ସର୍ଜରୀର ଆବଶ୍ୟକତା ଅଛି । ବୟସ ୮୦ ବର୍ଷ ହୋଇଥିବାରୁ ଡାକ୍ତର ସର୍ଜରୀ ପାଇଁ ମନା କରିଛ‌ନ୍ତି । ନିଷ୍ଠା ପରିବାର ତରଫରୁ ଯଥା ସମ୍ଭବ ସହଯୋଗ କରାଯାଇଛି । ଆଜି ତାଙ୍କର ଜଣେ ସଂପର୍କୀୟଙ୍କ ପାଖକୁ ଟ୍ରେନ ଯୋଗେ ନିଷ୍ଠା ପରିବାରର ସଦସ୍ୟମାନଙ୍କ ସାହାଯ୍ୟରେ ଭୁବନେଶ୍ଵର ପଠାଯାଇଥିବା ସୂଚନା ମିଳିଛି । ଏଥିରେ ନିଷ୍ଠାପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ସହ ସଂପାଦକ ମଦନମୋହନ ଦାଶ, ଦୟାନିଧି ଷଢଙ୍ଗୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.