csstore

ସାଲେଭଟାରେ ରକ୍ତଦାନ ଶିବିର : ୨୧ ୟୁନିଟ ରକ୍ତ ସଂଗ୍ରହ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ସାଲେଭଟା ନୂତନ ଡାକ୍ତରଖାନା ଠାରେ ଆଇଡ୍ରିମ ପବ୍ଲିକ ସ୍କୁଲ ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡା.ହିମାଂଶୁ ଶେଖର ମିଶ୍ର ଯୋଗଦାନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡା.ଆଶୁତୋଷ ବାରିକ, ଯୁବ ନେତା ଆକାଶ ମିଶ୍ର, ରାଜ୍ୟ ବିଜେଡି ଯୁବପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୁହୁରାମୁଣ୍ଡା ସରପଞ୍ଚ ସୀତାରାମ ମହାଲିଙ୍ଗ, ସଭାପତି ସଂଗ୍ରାମ ପଟ୍ଟନାୟକ, ସାମ୍ବାଦିକ ରଜନୀକାନ୍ତ ପଟେଲ, ଆଇଡ୍ରିମ୍‌ର ସଭ୍ୟ ନନ୍ଦଲାଲ ପଶାୟତ ଶିବିରରେ ଉପସ୍ଥିତ ଥିଲେ । ବିଙ୍ଗ ହ୍ୟୁମାନ ଆଗଲପୁର ଶାଖାର ସଂଯୋଗ କୁମାର ସାହୁ, ବୁଦ୍ଧଦେବ ସାହୁ, ନିତ୍ୟାନନ୍ଦ ସାହୁ, ବିପ୍ର ପ୍ରସାଦ ସାହୁ, ବିଗ୍ନେଶ୍ୱର କୁମ୍ଭାର ରକ୍ତଦାନ ଶିବିରରେ ସହଯୋଗ କରିଥିଲେ । ଆଇଡ୍ରିମ ପବ୍ଲିକ ସ୍କୁଲର ସମ୍ପାଦିକା ବୈୟଜନ୍ତୀମାଳା ଷଡ଼ଙ୍ଗୀ ପ୍ରଥମେ ରକ୍ତଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଶ୍ରୀକାନ୍ତ ଦାସ, ଲକି ମହାଲିଙ୍ଗ, ଦେବାଶିଷ ପଧାନ, ପ୍ରଦୀପ ସେଠ, ରାଇବତ ବିଶ୍ୱାଳ, ସୁବାସ ଗୁରୁ, ଅବିନାଶ ମିଶ୍ର, ଜିତୁ ମେହେର, ରିକି ଅଗ୍ରୱାଲ ଓ ଅନେକ ଲୋକ ରକ୍ତଦାନ କରିଥିଲେ । ପରିଶେଷରେ ଆମ ଓଡିଶା ସଂଯୋଜକ ଶୁଭ୍ରାଂଶୁ ଶେଖର ମିଶ୍ର ରକ୍ତଦାନ କରି ଶିବିରକୁ ସମାପନ କରିଥିଲେ । ବଲାଙ୍ଗିର ରକ୍ତଭଣ୍ଡାର ର ଡା. ଚନ୍ଦ୍ରଶେଖର ମହାପାତ୍ର, ଦୁର୍ଗାପ୍ରସାଦ ଆଚାର୍ୟ୍ୟ, ରଞ୍ଜନ ବରାଡ, ଅଶୋକ କୁମାର ଧଳ ରକ୍ତ ସଂଗୃହ କରିଥିଲେ ।

jayashree
Leave A Reply

Your email address will not be published.