ଦୁଇ ହଜାର ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ପାକିସ୍ତାନରେ ରହିଛି : ମୁସଲମାନମାନେ ମଧ୍ୟ ମୁଣ୍ଡ ନୁଆଁନ୍ତି ଏହି ମନ୍ଦିରରେ

ବାଲୁଚିସ୍ତାନ : ସମସ୍ତେ ଜାଣନ୍ତି, ଭାରତ ଏହାର ସଂସ୍କୃତି, ଧର୍ମ ଏବଂ ମନ୍ଦିର ପାଇଁ ସାରା ବିଶ୍ୱରେ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଆମର ପଡୋଶୀ ଦେଶ ଯାହା ଏକ ମୁସଲମାନ ପ୍ରାଧାନ୍ୟ ଦେଶ, ପାକିସ୍ତାନରେକିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର ମଧ୍ୟ ଅଛି । ଏହାର ବୈଶିଷ୍ଟ୍ୟ ସମ‌ସ୍ତ‌ଙ୍କୁ ଚକିତ କରେ । ମୁସଲମାନ ଦେଶ ହୋଇଥିଲେ ମଧ୍ୟ କେବଳ ହିନ୍ଦୁ ନୁହଁନ୍ତି, ମୁସଲମାନମାନେ ମଧ୍ୟ ଏହି ମନ୍ଦିରଗୁଡ଼ିକରେ ମୁଣ୍ଡ ନୁଆଁନ୍ତି ।

ବାଲୁଚିସ୍ତାନର ହିଙ୍ଗଲାଜ ମନ୍ଦିର ପୁରାଣ କଥ୍ୟ ଦ୍ୱାରା ବୋ୍‌ ଜଣାଶୁଣା । ବାସ୍ତବରେ, ଏହି ମନ୍ଦିର ବିଷୟରେ କୁହାଯାଏ ଯେ, ଭଗବାନ ବିଷ୍ଣୁ ସତୀ ମାତାଙ୍କ ମୃତଦେହ କାଟିବା ପାଇଁ ଏକ ଚକ୍ର ଫିଙ୍ଗିଥିଲେ । ଏହି ସ୍ଥାନଟି ହେଉଛି ସେହି ସ୍ଥାନ ଯେଉଁଠାରେ ସତୀ ମାତାଙ୍କ ମୁଣ୍ଡ ଖସିଗଲା । ପ୍ରକୃତରେ, ଏହି ମନ୍ଦିର ପାକିସ୍ତାନର ବାଲୁଚିସ୍ତାନ ଠାରୁ ୧୨୦ କିଲୋମିଟର ଦୂରରେ ଥିବା ହିଙ୍ଗୁଲ ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିର ମଧ୍ୟ ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ ।

Leave A Reply

Your email address will not be published.