ଅରୁଣାଚଳ ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ଏକ ବୃହତ ବନ୍ଧ ନିର୍ମାଣ କରୁଛି ଚୀନ୍

ବେଜିଂ : ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଚୀନ୍ ଡ୍ରାଗନ୍ ତିବ୍ଦତରୁ ଉତ୍ପନ୍ନ ବ୍ରହ୍ମପୁତ୍ର ନଦୀର ନିମ୍ନ ସ୍ରୋତରେ ଭାରତ ସୀମା ନିକଟରେ ଏକ ବୃହତ ବନ୍ଧ ନିର୍ମାଣ କରୁଛି । ଏହି ଡ୍ୟାମ୍ ଏହା ଚାଇନାରେ ନିର୍ମିତ ବିଶ୍ୱର ବୃହତ୍ତମ ଡ୍ୟାମ୍ ଥ୍ରୀ ଗର୍ଗ ଠାରୁ ତିନି ଗୁଣ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହେବ । ଏହି ବୃହତ ବନ୍ଧ କେତେ ବଡ ହେବ ଏଥିରୁ ଆକଳନ କରାଯାଇ ପାରିବ । ଚୀନ୍‌ର ଏହି ବୃହତ ଆକାରର ବନ୍ଧ ଉତ୍ତର-ପୂର୍ବ ଭାରତ ଏବଂ ବାଂଲାଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଂକା କରାଯାଉଛି ।

Leave A Reply

Your email address will not be published.