ବିଜେପି ବିଧାୟକ କିରଣ ମାହେଶ୍ୱରୀ କରୋନା ଯୁଦ୍ଧରେ ହାରିଗଲେ : ମେଦାନ୍ତ ହସ୍ପିଟାଲରେ ପରଲୋକ

ନୂଆଦି‌ଲ୍ଲୀ : ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜସ୍ଥାନର ରାଜସମନ୍ଦର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ କିରଣ ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି । ନିକଟରେ ସେ କରୋନା ପଜିଟିଭ୍ ହୋଇଥିଲେ । ଏହା ପରେ ହରିୟାଣାର ଗୁରୁଗ୍ରାମରେ ଅବସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । କିରଣ ମାହେଶ୍ୱରୀ ରାଜସ୍ଥାନର ଦ୍ୱିତୀୟ ବିଧାୟକ, ଯିଏ କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି ।

ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କ ଦେହାନ୍ତରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ଭଉଣୀ କିରଣ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ନିଜର ସମଗ୍ର ଜୀବନକୁ ସମାଜର ସେବା ତଥା ସ୍ୱାର୍ଥ ରକ୍ଷା ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କ ମୃତ୍ୟୁ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି । ଭଗବାନ ଅମର ଆତ୍ମାକୁ ଶ୍ରୀଚରଣରେ ଏକ ସ୍ଥାନ ଦିଅନ୍ତୁ ।

Leave A Reply

Your email address will not be published.