csstore

ଗାଈ ମାରିଲେ ଦୋଷ କାହାର ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ଯୁଗ ହେଉ କି ଆଧୁନିକ ଯୁଗ ଗାଈ ସଦା ସର୍ବଦା ପୂଜନୀୟା । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗାଈକୁ ଗୋମାତାର ଆଖ୍ୟା ଦିଆଯାଇଥିବା ବେଳେ ଗୋମାତାଙ୍କ ଦେହରେ ୩୩ କୋଟି ଦେବାଦେବୀଙ୍କ ଅବସ୍ଥିତିର ମାନ୍ୟତା ରହିଛି । ହେଲେ ବର୍ତମାନ କିଛି ସ୍ୱର୍ଥୀ ଏବଂ ନିଚ ପ୍ରକୃତିର ଲୋକେ ଗାଈ ମାତା ପ୍ରତି ଅପମାନ ଦେଖାଉଛନ୍ତି । ପଦ୍ମପୁର ସହରର ବିଭିନ୍ନ ପାର୍ଶ୍ୱରେ କାନରେ ଟେଗ୍‌ ସହ ବହୁତ ଗାଈ ବୁଲୁଥିବାର ଦେଖିବାକୁ ମିଳୁଛନ୍ତି । ପ୍ରାୟ ସମୟରେ ଏହି ଗାଈମାନଙ୍କ ସହ ଦୁର୍ଘଟଣାରେ ଉଭୟ ଗାଈ ଏବଂ ମଣିଷଙ୍କର କ୍ଷତି ହେଉଥିବା ବେଳେ ପ୍ରଶାସନ କିନ୍ତୁ କେବଳ ମଝି ମଝିରେ ଗାଈମାନଙ୍କର ମାଲିକ ମାନଙ୍କୁ ଲୋକ ଦେଖାଣିଆ ଭଳି ନିଜ ଦୋଷ ମେଣ୍ଟାଇବା ସଦୃଶ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କେବଳ ଚେତାବନୀ ଦେଇ ଚୁପ ପଡି ରହୁଛନ୍ତି । ଫଳରେ ନିତି ଦିନ ଏହି ନିର୍ଦୋଷ ଜୀବମାନଙ୍କୁ ମାଲିକମାନେ ବାହାରେ ଏଣେ ତେଣେ ବୁଲିବା ପାଇଁ ଛାଡି ଦେବା ସହ ଗାଈର ଖାଇବା ରହିବା ପାଇଁ ମଧ୍ୟ ଆଖି ବୁଜି ଦେଉଛନ୍ତି ଏବଂ ଗାଈମାନେ ଦୁର୍ଘଟଣାରେ କ୍ଷତ ବିକ୍ଷତ ହୋଇ ମୃତ୍ୟୁ ସହ ସଂଗ୍ରାମ ପୂର୍ବକ ରାସ୍ତା ଉପରେ ପଡି ରହୁଛନ୍ତି । କେତେବେଳେ କେମିତି ଯଦି କେହି ସ୍ବେଚ୍ଛାସେବୀ‌ଙ୍କ ନଜରରେ ଆସି ଯାଆନ୍ତି, ତେବେ ତ ଠିକ୍‌ । ନଚେତ ନିଜର ଜୀବନ ହାରୁଛନ୍ତି । ଭେଟେନାରୀ କର୍ମଚାରୀମାନେ ମଧ୍ୟ ଏହି ବିଷୟ ପ୍ରତି କୌଣସି ପ୍ରକାରର ସଚେତନତା ତ ଦୂର ର କଥା ଫୋନ ମଧ୍ୟ ଗ୍ରହଣ କରୁନାହାନ୍ତି । ଫଳରେ ଧୀରେ ଧୀରେ ଜନ ଆସùନ୍ତାଷ ବଢିବା ସହ ଲୋକେ ଆକ୍ରୋଶ ମନୋଭାବ ବ୍ୟକ୍ତ କରିଛନ୍ତି । ସେହିପରି ପଦ୍ମପୁର ନେହେରୁ ଗଳି ସ୍ଥିତ ଏଲଏନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଗାଈ ଜ୍ୱରରେ ପଡି ଛଟପଟ ହେଉଥିବା ବେଳେ କିଛି ସ୍ବେଚ୍ଛାସେବୀ ଯୁବକ ଏନେଇ ବହୁ ଚେଷ୍ଟା ପରେ ବି କୌଣସି ପଶୁ ଚିକିତ୍ସାଳୟ ଅଧିକାରୀଙ୍କ ସହ ସମ୍ପର୍କ କରିବା ପାଇଁ ସଫଳ ହୋଇ ପାରି ନଥିଲେ । ପରେ ସ୍ବଚେଷ୍ଟାରେ ଗାଈ ପାଇଁ ଔଷଧ ଆଣିବା ସମୟରେ ଗାଈଟିର ମୃତ୍ୟୁ ହୋଇଥିଲା । ବାରମ୍ବାର ଏପରି ଘଟଣା ପରେ ପ୍ରଶାସନ ଏହି ବିଷୟରେ କଠୋର କାର୍ୟ୍ୟାନୁଷ୍ଠାନ ନିଅନ୍ତୁ, ନଚେତ ଅଞ୍ଚଳର ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀ ବାଧ୍ୟ ହୋଇ ବୁଲା ଗାଈମାନଙ୍କୁ ସ୍ଵଚଳିତ କାଞ୍ଜିଆହୁଡା ଗଠନ କରି ଅଧୀନକୁ ନେବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି । ଦେଖିବା ବାକି ରହିଲା, ଆଗକୁ ପ୍ରଶାସନ କେବଳ ଘୋଷଣାରେ ରହିବେ ନା ଗାଈ ମାଲିକଙ୍କ ବିରୁଦ୍ଧରେ କିଛି କାର୍ୟ୍ୟାନୁଷ୍ଠାନ ମଧ୍ୟ ନେବେ ।

jayashree
Leave A Reply

Your email address will not be published.