csstore

ନୀଳାଂଚଳ ସମାଜ ପାଇଁ କରିବେ ଅଙ୍ଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୀଳାଂଚଳ ଦରୁଆନଙ୍କ ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ଅଧୀନସ୍ଥ ଏକ ଛୋଟିଆ ଗାଁରେ ୧୯୯୫ରେ ସାରଙ୍ଗପୁରରେ ଜନ୍ମ ଗ୍ରହଣ କରିଛନ୍‌ନ୍ତି । ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ଆସୁଛନ୍ତି । ଶିକ୍ଷାଗତ ଯୋଗ୍ୟତା କହିଲେ ଗ୍ରାଜୁଏଟ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ୨ ବର୍ଷର ଗୋଟିଏ ପୁଅ । ବାପା ଶୁକଦେବ ଦରୁଆନ ମାତା ବିନୋଦିନୀ ଦରୁଆନ ସେ ଦଶମ କ୍ଲାସ ପଢ଼ୁଥିବା ବେଳେ ହଠାତ ଦିନେ ତାଙ୍କ ବାପାଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ କିଡ଼ନି ଏବଂ ରକ୍ତ ଦରକାର ଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ତାହା ମିଳି ନ ଥିଲା ଯଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା । ସେ ଦିନଠାରୁ ସେ ନିଜେ ଚିନ୍ତା କଲେ ଯେ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗୀକୃତ କରି ଜନସେବାରେ ଲାଗିପଡିବେ । ଲୋକଙ୍କ ଅସୁବିଧାରେ ସାହାଯ୍ୟ ହେବେ । ବର୍ତ୍ତମାନ ପର୍ୟ୍ୟନ୍ତ ସେ ବହୁତ ଲୋକ ଓ ସମାଜରେ ପ୍ରିୟଭାଜନ ହୋଇ ପାରିଛନ୍ତି । ସେ କୁହନ୍ତି ଯେ ମୋ ମୃତ୍ୟୁ ପରେ ମୋ ଶରୀର ମାଟିରେ ନ ମିଶି କାହା କାମରେ ଲାଗୁ, ଏଇ ଉଦ୍ଦେଶ୍ୟରେ କଟକର ଜଣେ ଜଣାଶୁଣା ଡାକ୍ତର ତଥା ସମାଜସେବୀ ଶ୍ରୀମାନ ପ୍ରଭାସ ଆଚାର୍ୟ୍ୟଙ୍କ ଠାରୁ ଅନୁପ୍ରାଣିତ ହୋଇ ଶ୍ରୀ ଦରୁଆନ ଆଜି ତାଙ୍କ ଅଙ୍ଗଦାନ କରି ପଦ୍ମପୁର ତଥା ସମଗ୍ର ବରଗଡ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛନ୍ତି ।

jayashree
Leave A Reply

Your email address will not be published.