ଜାତୀୟ ମହିଳା ହ୍ୟାଣ୍ଡବଲରେ ଭାଗନେବ ଓଡ଼ିଶା ମହିଳା ଦଳ

ଭୁବନେଶ୍ୱର : ବାରାଣାସୀଠାରେ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫୧ତମ ଜାତୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶା ମହିଳା ଦଳ ମଙ୍ଗଳବାର ବାରାଣାସୀ ଯାତ୍ରା କରିଛନ୍ତି । ସ୍ୱର୍ଣ୍ଣଲତା ପ୍ରଧାନ, ସ୍ମୃତିରେଖା ରାଉତରାୟ, କଲ୍ୟାଣୀ ଦାସ, କସ୍ତୁରୀ ପ୍ରଧାନ, ସ୍ନେହଲତା ବେହେରା, ପ୍ରଣତି ପରିଡା, ରୁଚିକା ପଲେଇ, ସୁମନ ସାହୁ, ମମତା ନାୟକ, ଶୁଭସ୍ମିତା ସେଠୀ, ବର୍ଷାରାଣୀ ବେହେରା, ବର୍ଷାରାଣୀ ସେଠୀ, ପି. ଜ୍ୟୋତି ପାତ୍ର, ଯାମିନୀ ଭୋଇ, ସୁସ୍ମିତା ପ୍ରଧାନ, ବର୍ଷା ପି. ବାରିକ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି । କୋଚ୍‌ ପ୍ରଣୟ ପାଣି ଓ ମ୍ୟାନେଜର ଅଭିଜିତ ଲେଙ୍କା ଦଳ ସହ ଯାତ୍ରା କରିଛନ୍ତି ବୋଲି ରାଜ୍ୟ ଆସୋସିଏସନ ସମ୍ପାଦକ ମାନସ କୁମାର ସିଂ ଓ ସିନିୟର ଉପସଭାପତି ରିତିକ ଅଧିକାରୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.