pakka

ରାସ୍ତା ତଳକୁ ଓଲଟିଲା ମାଲ ବୋଝେଇ ଟ୍ରକ : ୨ ଆହତ

bbehera

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ କଖାରୁଫାଳଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଝାରସୁଗୁଡାରୁ ଲୁହା ପଥର ବୋଝେଇ ଟ୍ରକ୍ ପାରାଦ୍ୱୀପ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଟ୍ରକ ଚାଳକ ଓ ହେଲପର ଆହତ ହୋଇଥିଲେ । ଆହତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

jay balangir
Leave A Reply

Your email address will not be published.

11 + 17 =

error: Content is protected !!