ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ଟାରୁ ସଂଧ୍ୟା ୮ ଘଟିକା ପର୍ୟ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ୟ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.