oom

ସଇଁନ୍ତଲାରେ ଆମ ପୋଲିସ ସମିତି ବୈଠକ

jsmm

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଅବନୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଏସ୍‌ଆଇ ଶଙ୍କର ଲାଲ ମିର୍ଦ୍ଧା, ଏଏସ୍‌ଆଇ ସର୍ବେଶ୍ଵର ସାହୁ ଓ ଥବିର ମହାରଣା ମଞ୍ଚାସୀନ ଥିଲେ । ଥାନା ଅଧିକାରୀ ଶ୍ରୀ ସାହୁ ଅଞ୍ଚଳରେ ଅପରାଧ କମାଇବା ପାଇଁ ହେଲେ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ସେହିପରି ଉପସ୍ଥିତ ଜନସାଧାରଣମାନେ ମାସକୁ ଥରେ ବିଭିନ୍ନ ଅଞ୍ଚଳରେ ଆମ ପୋଲିସ ସମିତି ବୈଠକ କରିବା, ଅଞ୍ଚଳରେ ଚାଲିଥିବା ନିଶା କାରବାରକୁ ପୋଲିସ ପ୍ରଶାସନ ଧ୍ୟାନ ଦେଇ ବନ୍ଦ କରିବା, ବଲାଙ୍ଗିର ଭଳି ସଇଁନ୍ତଲା ଅଞ୍ଚଳରେ ମଧ୍ୟ ଗୁଣ୍ଡା ଦମନ କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବା ଦ୍ୱାରା ଅପରାଧିଙ୍କ ମନରେ ଭୟ ସୃଷ୍ଟି ହେବା ଓ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବା ପାଇଁ ମତ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବେଲଗାଁରେ ଏକ ଫାଣ୍ଡି ଥିବା ବେଳେ ସେଠାରେ କୌଣସି ଅଧିକାରୀ ନଥିବାରୁ ବେଲଗାଁରେ ତୁରନ୍ତ ଅଧିକାରୀ ନିଯୁକ୍ତି କରିବାକୁ ଉପସ୍ଥିତ ଜନତା ଦାବୀ କରିଥିଲେ । ସଇଁନ୍ତଲା ଥାନା ଅଧୀନରେ ୩ଟି ଫାଣ୍ଡି ଥିବା ବେଳେ ବହୁ ପଦବୀ ଖାଲି ରହିଥିବାରୁ ତାକୁ ତୁରନ୍ତ ପୂରଣ କରିବା ସହ ପେଟ୍ରୋଲିଙ୍ଗ ପାଇଁ ଏକ ପିସିଆର ଭ୍ୟାନ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦେବାକୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଜଣାଇବାକୁ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ଉପସ୍ଥିତି ଜନସାଧାରଣ ଅନୁରୋଧ କରିଥିଲେ । ଏହି ବୈଠକରେ ସଇଁନ୍ତଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡେକ, ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, କୁମ୍ଭାରି ସରପଞ୍ଚ ଶୈଳୀନ୍ଦ୍ରି ମହାନନ୍ଦ, କୃଷକ ସଂଘ ସଭାପତି ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସରପଂଚ ଭୀମସେନ ସ୍ୱାଇଁ, ସମାଜସେବୀ ବିନୋଦ ନାଗ ଓ ପରେମଶ୍ୱର କର୍ମୀ, ଚମ୍ପୁ ସେଠ, ବୁବୁନ ପାଣିଗ୍ରାହୀଙ୍କ ସମେତ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.