ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ଗଞ୍ଜାମରେ ଶିବ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଭାରତୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ଶାଖା ତରଫରୁ ଶିବ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ରାଜ ଯୋଗିନୀ ବିକେ କସ୍ତୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧ୍ୟାତ୍ମିକ ଶିବ ସନ୍ଦେଶ ରଥ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଥିଲା । ସ୍ଥାନୀୟ ଅଞ୍ଚଳର ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦର ସମ୍ପାଦକ ଗୌରୀ ଚରଣ ପାଢ଼ୀ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡି, ବ୍ରହ୍ମକୁମାରୀ ପ୍ରଶଂସା ଭଉଣୀ, ଶିବ ସନ୍ଧେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଯମୁନା, ଶାନ୍ତିଲତା, ଚବି, ପୁଷ୍ପଲତା, ନରସିଂହ, କେଦାର, ସ୍ନେହଲତା, କାର୍ତ୍ତିକ, ଶୁକାନ୍ତ, ସଞ୍ଜୟ, କମଳା, ଲକ୍ଷ୍ମୀ ପ୍ରମୁଖ ବ୍ରହ୍ମକୁମାରୀ ଓ ଧାର୍ମିକ ଅନୁଷ୍ଠାନର ସଦସ୍ୟ, ସଦସ୍ୟାମାନେ ଆଧ୍ୟାତ୍ମିକ ରଥର ପରିଭ୍ରମଣ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.