ଗ୍ୟାସ ଟ୍ୟାଙ୍କର୍‌ ଓ ଟ୍ରେଲର ମଧ୍ୟରେ ଧକ୍କା : ୩ ଜୀବନ୍ତ ଦଗ୍ଧ

ଆଜମେର : ଆଜମେରର ରାନୀ ବାଗ ରିସର୍ଟ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ଟ୍ୟାଙ୍କର୍‌ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହେବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବା ହେତୁ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣାରେ ରାଜପଥରେ ଚାଲୁଥିବା ଦୁଇଟି ଟ୍ରକ ଏବଂ ଅନେକ ଦୁଇ ଚକିଆ ଯାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ମିସ୍ରିପୁରା ଏବଂ ଗରିବ ନୱାଜ କଲୋନୀ ସମେତ ୧୦ରୁ ଅଧିକ ଘରକୁ ନିଆଁ ଲାଗିଯାଇଛି । ମୃତକଙ୍କ ମଧ୍ୟରେ ଉଭୟ ଗ୍ୟାସ ଟ୍ୟାଙ୍କର ଏବଂ ଟ୍ରେଲର ଡ୍ରାଇଭର ସାମିଲ ଅଛନ୍ତି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିଳମ୍ବିତ ରାତିରେ ଦୁର୍ଘଟଣା ସୂଚନା ପାଇବା ପରେ କଲେକ୍ଟର ଅନଶଦୀପ ଏବଂ ଏସପି ଚୁନାରାମ ଜାଟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଘଟଣାସ୍ଥଳରେ ରାତି ଉଦ୍ଧାର କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.