ଯୋଗ୍ୟ ହିତାଧିକାରୀ ରାସନ କାର୍ଡ଼ରୁ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଅନ୍ତର୍ଗତ ଅଗଲାପାଲି, ଭାଲୁପାଲି ଓ କଦଲିପାଲି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଗ୍ରାମର ୱାର୍ଡ ସଭ୍ୟଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇ ସ୍ଥାନୀୟ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପୂର୍ବକ ରାସନ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଗଲାପାଲି ଗ୍ରାମର ଟୁଲ ବାଗ, ସଂଯୁକ୍ତା ପଣ୍ଡା ପ୍ରମୁଖ ଦୀର୍ଘଦିନରୁ ପଞ୍ଚାୟତରୁ ରାସନ ସାମଗ୍ରୀ ପାଉଥିବା ବେଳେ ଚଳିତ ମାସଠାରୁ ହିତାଧିକାରୀ ତାଲିକାରୁ ସେମାନଙ୍କୁ ବାଦ ଦିଆଯାଇଛି । ରାଜନୈତିକ ଆକ୍ରୋଶ ରଖି ଏଭଳି କରାଯାଇଥିବା ନେଇ ଗ୍ରାମର ଦିବ୍ୟରଞ୍ଜନ ପଣ୍ଡା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ସୌମ୍ୟରଞ୍ଜନ ମହାନନ୍ଦଙ୍କୁ ପଚାରିବାରୁ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ତାଲିକାରେ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.