oom

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଗୁରୁବାର ଦିନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହିତ ବିଡ଼ିଓ ରଶ୍ମୀ ରଞ୍ଜନ ରାଉତଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଖପ୍ରାଖୋଲ ବିଜେଡ଼ି ବ୍ଲକ ସଭାପତି ରମେଶ ପଧାନଙ୍କ ନେତୃତ୍ଵରେ ବହୁ ସଂଖ୍ୟକ ବିଜେଡ଼ି କର୍ମୀ ପେଟ୍ରୋଲ ପମ୍ପ ପାଖରୁ ଏକ ରେଲିରେ ବାହାରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ଖପ୍ରାଖୋଲ ବ୍ଲକର ଗୋବିନ୍ଦ ବାରିକ, ପବିତ୍ର ପୁଟେଲ ପ୍ରମୁଖ ବିଜୁ ଜନତା ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.