ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଓଲଟିଲା ବସ୍

ବୌଦ୍ଧ : ବୌଦ୍ଧ ଜିଲ୍ଲା ଚାରିଛକ ନିକଟସ୍ଥ ମାର୍ଡିଙ୍ଗ ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଓଲଟିଲା ବସ୍ । ବିବାହ ପାଇଁ କନ୍ୟା ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ କନ୍ୟା ସମେତ ୨୫ ଜଣ ଯାତ୍ରୀ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିବାହ ପାଇଁ କବିସୂର୍ଯ୍ୟନଗରରୁ ରାଉରକେଲା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.