ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲ ଗ୍ରାମ ଛକ ନିକଟରେ ବାଇକ୍‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କନ୍ତୋର ଗ୍ରାମର ମାମୁଦ ସାହୁ ଓ ଅନ୍ୟ ଜଣେ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଥାନା ଧାଇପୁର ଗ୍ରାମର ତାପସ କୁମାର ମାହାରଣା ବୋଲି ଜଣାପଡିଛି । ସୂଚନା ମୁତାବକ, ତାପସ ନିଜ ବାଇକ୍‌ରେ ଆଠଗଡ଼ରୁ ତାଳଚେର ଅଭିମୁଖେ ଯାଉଥିବା ବେଳେ ଡିହଡୋଳ ଛକରୁ ମାମୁଦ ଲିଫ୍ଟ ମାଗି ତାଙ୍କ ସହ ଯାଉଥିଲେ । ତେବେ ମୁଣ୍ଡେଇଲ ଛକ ନିକଟରେ ତାଳଚେରରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହ ତାଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକରେ ଥିବା ୨ ଜଣ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.