csstore

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଲକ ଘେରାଉ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିବା ବେଳେ ଅନେକ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ଥିବା ଯୋଗୁଁ ତାକୁ ଭାରତୀୟ ଜନତା ପାର୍ଟି ବିରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଆନ୍ଦୋଳନ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ଓଡ଼ିଶାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଏକ ଲକ୍ଷ ଘର ଅଧିକ ଦେଇଛନ୍ତି । କେନ୍ଦ୍ର ପୂର୍ବରୁ ୧୮ ଲକ୍ଷ ଓ ଏବେ ୯ ଲକ୍ଷ ୫୭ ହଜାର, ସମୁଦାୟ ୨୭ ଲକ୍ଷ ୫୭ ହଜାର ଘର ପ୍ରଦାନ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ତାଲିକାରେ ପାଖାପାଖି ୩ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ଥିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେବା ସହିତ ଯୋଗ୍ୟ ହିତାଧୀକାରୀଙ୍କ ତାଲିକା ପ୍ରସ୍ତୁତ କରିବା ନେଇ ଗୁରୁତ୍ୱ ଦେବା କଥା । ବିଜେପିର କହିବା ଅନୁଯାୟୀ, ଯଦି ଗୋଟିଏ ବି ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ ପ୍ରାପ୍ତ ହେଉଛି ଓ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପାଉଛି ତେବେ ବିଜେପି ରାଜ୍ୟ ସାରା ଆନ୍ଦୋଳନ କରିବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି । ଶନିବାର ଏହି ଘଟଣାକୁ ନେଇ ଖପ୍ରାଖୋଲ ଅଞ୍ଚଳର ବିଜେପି କର୍ମୀମାନେ ଏବଂ ହଜାର ହଜାର ଜନସାଧାରଣ ପାଟଣାଗଡ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଖପ୍ରାଖୋଲ ପେଟ୍ରୋଲ ପମ୍ପଠାରୁ ଗୋଟିଏ ଶୋଭାଯାତ୍ରା ବାହାର କରି ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଆଜି ଏହି ବିଜେପି ଦଳର ଅନେକ କର୍ମୀ ଦଳ ପରିତ୍ୟାଗ କରି ଅଲଗା ଦଳକୁ ଯାଇଥିଲେ ସୁଦ୍ଧା ଆଜି ଶୋଭାଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଯାହା ଫଳରେ ଆଗକୁ ଥିବା ନିର୍ବାଚନରେ ବିଜେପି ଲୋକ ପ୍ରିୟ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଦାବୀପତ୍ରକୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ତହସିଲଦାରଙ୍କ ଉପସ୍ଥିତିରେ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ଦେଇଥିଲେ । ଏହି ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.