lika

ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ

gbag

ହରଭଙ୍ଗା : ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ସମୟର ହରଭଙ୍ଗା ଅଂଚଳରେ ଅଧିଷ୍ଠାତ୍ରୀ ଦେବୀ ମା’ ରୁଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରି ମା’ଙ୍କର ଆଜ୍ଞା ମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା’ ରୁଦ୍ରକାଳୀଙ୍କ ପ୍ରତିମା ଓ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଂଚଳର ୩ ଗୋଟି ଦଣ୍ଡଦଳ ସମେତ ୫୦ରୁ ଅଧିକ କୃଷ୍ଣଗୁରୁ ନାମ ସଂକିର୍ତନ ଦଳ ସହ, ଶହ ଶହ ଜଣସାଧାରଣ ଯୋଗଦେଥିଲେ । ମହୋତ୍ସବ ଉଦ୍‌ଘାଟନୀ ଦିବସରେ ଓଡିଶା ସରକାରଙ୍କ ପାଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଆଠମଲ୍ଲିକ ବିଧାୟକ ରମେଶ ସାଏ ମହୋତ୍ସବ କମିଟିର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା, ଅଶୋକ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା ଓ ପରିଚାଳନା କମିଟି ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ହରଭଙ୍ଗା ଠାରେ ଆୟୋଜିତ ହୋଇଥିବା ହରଭଙ୍ଗା ମହୋତ୍ସବ ପାଇଁ ଅଂଚଳବାସୀ ଆୟୋଜକ କମିଟିକୁ ସାଧୁବାଦ ଜଣାଇଛନ୍ତି ।

babaa
Leave A Reply

Your email address will not be published.