‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ର ତନ୍ମୟ

କୋଣାର୍କ : ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇଥିଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତନ୍ମୟ ବିଶ୍ୱାଳ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତନ୍ମୟ କେମିତି ଚାପ ମୁକ୍ତ ପରୀକ୍ଷା ଦେବୁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ପରିଶ୍ରମ କରି ପରୀକ୍ଷା ଦେଲେ ଭୁଲକୁ ସୁଧାରି ପାରିବା । ସବୁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ପାରିବା । କପି କଲେ ଆଗକୁ ବଢି ପାରିବାନି । ସବୁଥିରେ ପଛୁଆ ରହିବା । ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିବାରୁ ତନ୍ମୟ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷୟତ୍ରୀ ନନ୍ଦିତା ସିଂଙ୍କ ପୁତ୍ର ତନ୍ମୟ ।

Leave A Reply

Your email address will not be published.

five + 4 =

error: Content is protected !!