ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ : କୋଣାର୍କ ଥାନା ପଛପାଖ ମହାବୀର ମନ୍ଦିର ନିକଟ ଜଙ୍ଗଲରୁ ଶୁକ୍ରବାର କୋଣାର୍କ ପୋଲିସ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି । ଖବରରୁ ଜଣାଯାଇ ଯେ, କୋଣାର୍କ ଥାନା ସିମିଳି ଗ୍ରାମପଞ୍ଚାୟତ ପାଇକରାପୁର ଗ୍ରାମର ବାନାମ୍ବର ପାତ୍ର (୬୦)ବର୍ଷ ଗତ ମଂଗଳବାର ଠାରୁ ଘରୁ ଆସି ଆଉ ଫେରି ନ ଥିଲେ । ଏ ନେଇ ପରିବାର ବର୍ଗଙ୍କ ପକ୍ଷରୁ କୋଣାର୍କ ଥାନାରେ ବାନାମ୍ବର ପାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ପୂର୍ବାହ୍ନ ସମୟରେ କୋଣାର୍କ ରାଣୀହାଟ ସାହିର କେତେକ ବ୍ୟକ୍ତି ଜଂଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ଗଛରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖି କୋଣାର୍କ ଥାନା ପୋଲିସକୁ ଖବର ଦେଇଥିଲେ । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ବ୍ୟକ୍ତି ଗତ ମଂଗଳବାର ଠାରୁ ନିଖୋଜ ବାନାମ୍ବର ପାତ୍ରଙ୍କର ବୋଲି ଚିହ୍ନଟ କରିଥିଲେ । କୋଣାର୍କ ପୋଲିସ ଘଟଣା ସ୍ଥଳରୁ ଝୁଲନ୍ତା ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

ten + 12 =