ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ତିଗିରିଆ : ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ତିଗିରିଆ ନିଜିଗଡ଼ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଧାଂଶୁବାଳା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଶ୍ରୀ ବେହେରା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପ୍ରତ୍ୟେକ ଦିନ କ୍ରୀଡାଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେବା ସହ କ୍ରୀଡା ସଂସଦର ଅନୁରୋଧ ରକ୍ଷାକରି ଖେଳ ପଡିଆର ଉନ୍ନତିକରଣ ପାଇଁ ପ୍ରଶାସନ ସହ ଆଲୋଚନା କରିବେ ବୋଲି ମତ ରଖିଥିଲେ । +୨ ବାଳକ ବିଭାଗରେ ରୁଦ୍ର ପ୍ରସାଦ ସାହୁ ଏବଂ ବାଳିକା ବିଭାଗରେ ନିକିତା ସ୍ଵାଇଁ ଓ ବିମଳା ଖଟୁଆ ଯୁଗ୍ମ ଚାମ୍ପିୟନ ହୋଇଥିବା ବେଳେ +୩ ବାଳକ ବିଭାଗରେ ଦିଲ୍ଲୀପ କୁମାର ରାଉତ ଏବଂ ବାଳିକା ବିଭାଗରେ ଅନନ୍ୟା ମହାନ୍ତି ଚାମ୍ପିୟନ ହୋଇଛନ୍ତି । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ରୂପେନ୍ଦ୍ର ତ୍ରିପାଠୀ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ପ୍ରସନ୍ନମଣି ଶାରୀରିକ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । କ୍ରୀଡା ସଂସଦର ଉପସଭାପତି ପ୍ରାଧ୍ୟାପକ ବନୋଜ କୁମାର ଦାସ, ସଂସଦର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କ୍ରୀଡା ସଂସଦର ମୁଖ୍ୟ ପରାମର୍ଶଦାତା ପ୍ରାଧ୍ୟାପକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three − 2 =