pakka

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କୁ ନାଗରିକ ସମ୍ବର୍ଦ୍ଧନା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ମୁଖ୍ୟାଳୟ ଅନ୍ତର୍ଗତ ଛତ୍ରପୁରସ୍ଥ ଅଷ୍ଟମ ବାଟାଲିୟନ ସାମରିକ ଦଳର ନବମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଗୋପବନ୍ଧୁ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଞ୍ଚଳିକ ବିଜୁ ଜନତା ଦଳର ଦଳୀୟ ନେତ୍ତୃବର୍ଗ ଏବଂ ସ୍ଥାନୀୟ ବହୁ ନେତ୍ତୃବର୍ଗ କର୍ମୀମାନେ ଯୋଗଦେଇ ଗୋପବନ୍ଧୁ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ପ୍ରମୁଖ ନେତ୍ତୃବର୍ଗ ପୁଷ୍ପଗୁଚ୍ଛ, ମାଲ୍ୟାର୍ପଣ ଦେଇ ତାଙ୍କ ଜୟଗାନ କରି ଭବ୍ୟ ସ୍ୱାଗତ କରି ସମ୍ବର୍ଦ୍ଧିତ କରିଥିଲେ । ବିଜେଡି ଛତ୍ରପୁର ନଗର ସଭାପତି ବି.ରାଜିବାବୁ, ନଗର ଉପସଭାପତି ଅଟଳବିହାରୀ ପଟ୍ଟନାୟକ, ଛତ୍ରପୁର ଯୁବ ବିଜେଡ଼ି ସଭାପତି ସନମୁଖ ପଟ୍ଟନାୟକ, ସମାଜସେବୀ ଟି.ଚନ୍ଦ୍ର ଶେଖର ରାଓ, ଅହିଭୂଷଣ ସାହୁ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ସମ୍ବର୍ଦ୍ଧିତ କରି ଛତ୍ରପୁର ସହରର ପ୍ରସାରଣ ଏବଂ ଉନ୍ନୟନ ଦିଗରେ ମତ ଉପସ୍ଥାପନା କରିଥିଲେ ।

jay balangir
Leave A Reply

Your email address will not be published.

fourteen − 5 =