csstore

ମୋବାଇଲ ଫୋନ୍‌ ଫାଟିଲା : ଶିଶୁକନ୍ୟା ଗୁରୁତର

କୋରାପୁଟ : ମୋବାଇଲ ଫୋନ୍‌ ଫାଟୁଥିବା ଅନେକ ଖବର ସମୟ ସମୟରେ ଆସିଥାଏ । ତେବେ ଆଜି ପୁଣି ସେଭଳି ଏକ ଖବର ଆସିଛି । ମୋବାଇଲ ଫୋନ୍‌ ଫାଟି ଜଣେ ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ଗ୍ରାମର ରହିତ ନାଚିକାଙ୍କ ଝିଅ ବର୍ଷା ତା ବାପା ମା’ଙ୍କ ସହିତ ଶୋଇଥିବା ବେଳେ ତାଙ୍କ ନିକଟରେ ଥୁଆ ହୋଇଥିବା ମୋବାଇଲ୍‌ ଫୋନଟି ଫାଟି ଯାଇଥିଲା । ଏଥିଯୋଗୁଁ ଝିଅଟିର ମୁଁହ ସମ୍ପୁର୍ଣ୍ଣ ପୋଡ଼ି ଯାଇଥିବା କୁହାଯାଇଛି । ତାକୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.