୧୦ ହଜାର ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମି ଚାଲଛି ରାଜ୍ୟରେ । ଏହା ସହିତ ୧୦ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୯୫୦ ରହିଥିବା ବେଳେ ଓଡ଼ିଶାରୁ ଆଜି ୭୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୭ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୩୧୨ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୫, ବାଲେଶ୍ୱରରୁ ୩୮, ବରଗଡ଼ରୁ ୨୪, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨୪, କଟକରୁ ୩୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩୧, ଗଜପତିରୁ ୫, ଗଂଜାମରୁ ୭, ଜଗତସିଂହପୁରରୁ ୪୮, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୩୦, କେଉଁଝରରୁ ୪୧, ଖୋର୍ଦ୍ଧାରୁ ୮୮, କୋରାପୁଟରୁ ୩, ମାଲକାନଗିରିରୁ ୧୦, ମୟୁରଭଂଜରୁ ୭୮, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୪, ପୁରୀରୁ ୧୫, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୫୫ ଏବଂ ଷ୍ଟେଟ୍‌ ପୁଲ୍‌ ୨୧ ଜଣ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.