ମାଛ ଜାଲରେ କୁମ୍ଭୀର

ବାଲେଶ୍ୱର : ମାଛ ଜାଲରେ ପଡ଼ିଛି କୁମ୍ଭୀର । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଆରୁହାବାଡ଼ ପଂଚାୟତ ଅନ୍ତର୍ଗତ ରୂପଖଣ୍ଡ ଗାଁ ପାଖରେ ସମୁଦ୍ରରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି । କୁହାଯାଇଛି ଯେ, ଆଜି ଭୋର ସମୟରେ ଆରୁହାବାଡ଼ ଗ୍ରାମର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନେ ବିଛାଇଥିବା ଜାଲରେ କୁମ୍ଭୀରକୁ ଛନ୍ଦି ହୋଇଯାଇଥିବାର ଦେଖିଥିଲେ । କୁମ୍ଭୀରଟି ବଂଚିଥିବାରୁ ମତ୍ସ୍ୟଜୀବୀମାନେ ତାକୁ କୌଶଳ କ୍ରମେ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିବା ସୂଚନା ରହିଛି ।

Leave A Reply

Your email address will not be published.