କୋକସରା : କଳାହାଣ୍ଡି ବଞ୍ଜରା ସମାଜ ତରଫରୁ ଭୋଲେଶ୍ୱର ନାଏକଙ୍କ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ସହ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପି.ଏଚ.ଡି ପାଇଥିବାରୁ ସାମାଜିକ କର୍ମକର୍ତ୍ତାଙ୍କ ପକ୍ଷରୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି । ଭୋଲେଶ୍ୱର ବଡ ପୁଝାରିଗୁଡା ଉଚ୍ଚ ବିଦ୍ୟାଳୟରେ ୨୦୧୫ ବ୍ୟାଚ୍, କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ୨୦୧୭ ବ୍ୟାଚ୍ ଏବଂ ଜେଏନୟୁ ବିଶ୍ଵବିଦ୍ୟାଳୟର ଏମ.ଏ ର ପ୍ରବେଶିକା ପରୀକ୍ଷାରେ ରାଜନୀତି ବିଭାଗରେ ଜାତୀୟ ସ୍ତରରେ ପ୍ରଥମ ହୋଇ କଳାହାଣ୍ଡି ମାଟି ପାଇଁ ଗୌରବ ଆଣିଥିଲେ । ବର୍ତ୍ତମାନ ପିଏଚ୍ଡି ଜୁନିଅର ଫେଲୋସିପ (ୟୁଜିସିନେଟ୍) ଫେଲୋସିପ ସମ୍ବାଦ (ଟାଟା ଫାଉଣ୍ଡେସନ) ପ୍ରସଙ୍ଗ ଉପରେ ଗବେଷଣା ପାଇଁ ମନୋନୀତ ହୋଇଛନ୍ତି । ବଡ ପୁଝରିଗୁଡା ଗ୍ରାମର ରୋହିତ କୁମାର ନାଏକ ଓ ମା ପଦ୍ମିନୀ ନାଏକଙ୍କ ସୁପୁତ୍ର ହେଉଛନ୍ତି ଭୋଲେଶ୍ୱର । ଜିଲ୍ଲା ବଞ୍ଜରା ସମାଜ ସଭାପତି ଲଲିତ କୁମାର ନାଏକ ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଏକ, ରାଜ୍ୟ ବଞ୍ଜରା ସମାଜ କୋଷାଧ୍ୟକ୍ଷ ସନ୍ତ କୁମାର ନାଏକ, ସଂସ୍କାର କମିଟି ଅଧ୍ୟକ୍ଷ ନକୁଲ ରାମ ନାଏକ, ଜିଲ୍ଲା ସଭ୍ୟ ଭଜମନ ନାଏକ, ସନ ସିଂ ନାଏକ, ସୁଶିଲ ନାଏକ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ଭୋଲେଶ୍ଵର୍ ନାଏକଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।