oom

ପୁରୀ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ରାଲି, କୁଇଜ୍ ଓ ରକ୍ତଦାନ ଶିବିର

jsmm

ପୁରୀ : ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ବାଲିଗୁଆଳିସ୍ଥ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ବିଶ୍ଵ ଏଡ୍‌ସ ଦିବସ ପାଳନ ଉତ୍ସବକୁ କଲେଜର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ମାୟା ପାଢ଼ୀ, ସୁପରିଟେଣ୍ଡେଣ୍ଟ ପ୍ରଫେସର କୌଶିକ ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ପ୍ରଣବ ରଞ୍ଜନ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାମାଜିକ କର୍ମୀ ତଥା କଥାକାର ବଦ୍ରି ମିଶ୍ର, ଡାକ୍ତର ଲଲାଟେନ୍ଦୁ ସ୍ୱାଇଁ, ଡାକ୍ତର ଗିରିଜା ଶଙ୍କର ରଥ, ପ୍ରଶାସିକା ଇନ୍ଦ୍ରାଣୀ ସାହୁ, ଡାକ୍ତର ନରହରି ମିଶ୍ର ଅତିଥି ଭାବେ ଯୋଗଦେଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଏଡ୍‌ସ ସଂକ୍ରମଣ କାରଣକୁ ପ୍ରତିଟି ନାଗରିକଙ୍କୁ ଜଣାଇ ସତର୍କ ରଖିବାକୁ ମତବ୍ୟକ୍ତ କରିଥିଲେ । ଏଡ଼୍‌ସ ଦିବସ ଉପଲକ୍ଷେ ଶରଧାବାଲି ଠାରେ ହ୍ୟୁମାନ ଚେନ୍ ଓ ସଚେତନତା ରାଲି କରାଯାଇଥିବା ବେଳେ ଏଡ୍‌ସ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କରୋନା ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଚସିଟିଏସର ଜିଲ୍ଲା ନିରୀକ୍ଷକ ଦୁଃଖିଶ୍ୟାମ ପଟ୍ଟନାୟକଙ୍କୁ ଡିନର ମାୟା ପାଢ଼ୀ ଓ ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.