csstore

ପାଟଣାଗଡ଼ ଯାଉଛି କହି ଦୁଇ ଦିନ ହେଲା ହାତୀସରା ଗାଁର ଜନୈକ ସୁନା ବ୍ୟବସାୟୀ ନିଖୋଜ : ଥାନାର ଦ୍ୱାରସ୍ଥ ହେଲେ ପରିବାର ବର୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ଦୁଇ ଦିନ ହେଲା ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ସେ ଦେଓଗାଁ ଡାକବଙ୍ଗଳା ଠାରେ ଏକ ସୁନା ଦୋକାନ କରି ବ୍ୟବସାୟ କରୁଥିଲେ ।ଏନେଇ ନିଖୋଜ ଗଜାନନର ବାପା ସାରଙ୍ଗ ମେହେର ଲିଖିତ ଅଭିଯୋଗ କରିଛନ୍ତି ଯେ, ଶୁକ୍ରବାର ସକାଳ ସାଢ଼େ ୮ଟା ସମୟରେ ଗଜାନନ ତା’ର ମାକୁ ପାଟଣାଗଡ଼ ଯାଉଛି କହି ଘରୁ ବାହାରିଥିଲା । ଅପରାହ୍ନରେ ଘରକୁ ଫେରିବା କଥା, କିନ୍ତୁ ଶନିବାର ରାତି ସୁଦ୍ଧା ଘରକୁ ଫେରି ନାହିଁ କି କେଉଁ ଠାରେ ଅଟକିଛି କିଛି ଜଣାଉନାହିଁ । ଏପରିକି ତାର ମୋବାଇଲ ସ୍ୱିଚ ଅଫ ଥିବାରୁ କିଛି ଖୋଜ ଖବର ମିଳୁନି । ଯେହେତୁ ସେ ସୁନା କାରବାର କରୁଥିଲା, ତେଣୁ କୌଣସି ବିପଦରେ ପଡ଼ିଥିବା ନେଇ ସନ୍ଦେହ କରାଯାଉଛି । ଦେଓଗାଁ ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

jayashree
Leave A Reply

Your email address will not be published.