om academy

ଜାତିଗତ ସମସ୍ୟା ପାଇଁ ପଡ଼ି ରହିଥିଲା ବୃ‌ଦ୍ଧା‌ଙ୍କ ଶବ : ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା

jsm

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଲୁହୁରାମୁଣ୍ଡା ଗ୍ରାମର ବୈଦେହୀ ରାଠୋର(୯୨) ଅନେକ ଦିନରୁ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହେଲା ପରେ ଜାତିଗତ ସମସ୍ୟା ପାଇଁ କେହି ତାଙ୍କ ପାଖକୁ ଆସିନଥିଲେ । ଅନେକ ସମୟ ପର୍ୟ୍ୟନ୍ତ ତାଙ୍କ ମର ଶରୀର ପଡ଼ି ରହିଥିବା ବେଳେ ଉକ୍ତ ଗ୍ରାମର ଦିଲୀପ ବାରିକ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଯୁବ ସମାଜସେବୀ ସଂଯୋଗ ସାହୁଙ୍କ ନେତୃତ୍ୱରେ ପୁରା ଟିମ୍‌ ଲୁହୁରାମୁଣ୍ଡା ଗ୍ରାମରେ ପହଂଚିଥିଲେ ଓ ଅସହାୟ ବୃଦ୍ଧାର ଶବ ସତ୍କାର କରିଥିଲେ । ଏଥିରେ ନିତ୍ୟାନନ୍ଦ ସାହୁ, ବୁଦ୍ଧଦେବ ସାହୁ, ପ୍ରେମାନନ୍ଦ ପଧାନ, ପିଣ୍ଟୁ ଯୋଶୀ, ନାରାୟଣ ସାହୁ, ଭାରତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

9 + 8 =