ସଇଁତଲାରେ ନବଦୁର୍ଗା ପୂଜା ପାଇଁ କଳସ ଯ୍ରାତା ସମ୍ପନ୍ନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ହାଟପଦାସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପୂଜା କମିଟି ସଭାପତି ତଥା ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ତାଙ୍କ ପତ୍ନୀ ମୋନିକା ସଂଭୋଇ, ସମ୍ପାଦକ ସୁବୋଧ ମିଶ୍ର, ବିଶାଳ ଅଗ୍ରୱାଲ, ବାବୁଲାଲ ଅଗ୍ରୱାଲ, ବାଦଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପୂଜାରେ ଗଜାନନ ଅଗ୍ରୱାଲ ଓ ତାଙ୍କ ପତ୍ନୀ ମିନା ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି । ପୂଜକ ରାଧାକାନ୍ତ ତ୍ରିପାଠୀ, କିରଣ ମିଶ୍ର, ନବଘନ ଷଡଙ୍ଗୀ, ମାନସ ମିଶ୍ର, ବିକ୍ରମ ମିଶ୍ର, ସୁରେନ୍ଦ୍ର ମିଶ୍ର, ସାଧୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ପୂଜାପାଠ କରିଥିଲେ ।

Leave A Reply

Your email address will not be published.