jayashree

କର୍ଲାମୁଣ୍ଡା ପ୍ରେସକ୍ଲବର ରୌପ୍ୟ ଜୟନ୍ତୀ ସମାରୋହ

  • ସତ୍ୟନିଷ୍ଠ ଖବର ପରିବେଷଣ ସାମ୍ବାଦିକତାର ଧର୍ମ

କଳାହାଣ୍ଡି, (ନରୋତ୍ତମ ସେଲମା) : ସାମ୍ବାଦିକର ଧର୍ମ ସତ୍ୟନିଷ୍ଠ ଖବର ପରିବେଷଣ କରିବା । ବିନା ତଥ୍ୟରେ କାହାକୁ ବ୍ୟକ୍ତିଗତ ଟାର୍ଗେଟ କରିବା ଉଚିତ ନୁହେଁ, କିନ୍ତୁ ତାହା ପ୍ରମାଣ ଥିଲେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ ତା ନାମରେ ଖବର ପରିବେଷଣ କରିବା ଉଚିତ । ଏହା ଦ୍ୱାରା ସାମ୍ବାଦିକତାର ଧାରା ଅକ୍ଷୁର୍ଣ୍ଣ ରହିପାରିବ ବୋଲି କର୍ଲାମୁଣ୍ଡା ପ୍ରେସକ୍ଲବର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରଶାସକ (ଆଇ.ଟି.ଡି.ଏ) ଫାଲଗୁନୀ ମାଝୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ର, ଲାଞ୍ଜିଗଡ ପ୍ରେସକ୍ଲବ ସଭାପତି କୈଳାସ ସାହୁ, ମ.ରାମପୁର ପ୍ରେସକ୍ଲବ ସଂପାଦକ ହେମନ୍ତ ସାହୁ ଯୋଗ ଦେଇ କର୍ଲାମୁଣ୍ଡା ବ୍ଲକ ପ୍ରରି ଗ୍ରାମାଞ୍ଚଳରେ ପ୍ରେସକ୍ଲବ ଟିଏ ୨୫ ବର୍ଷ ପୂରଣ କରିବା ଅତ୍ୟନ୍ତ ଗୌରବ ଓ ଅଗ୍ରଗତିର ସୂଚନା ବୋଲି ପ୍ରକାଶ କରିଥିଲେ । ସଂପାଦକ ପ୍ରଦୀପ କୁମାର ସାହୁ ସ୍ୱାଗତ ଓ ଅତିଥି ନିମନ୍ତ୍ରଣ ରଖିଥିବା ବେଳେ ଉପଦେଷ୍ଠା କମ୍ବୁପାଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ରାଜୀବଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ ଓ ମ.ରାମପୁର ସାମ୍ବାଦିକ ହେମନ୍ତ ସାହୁଙ୍କୁ ଜଗଦିଶ ନାଏକ ସ୍ମାରକୀ ଯୁ ସାମ୍ବାଦିକତା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଶିଷ୍ଟ ଚିତ୍ରଶିଳ୍ପୀ ବସନ୍ତ ବାଗ, ଦିଲିପ ବାଗ ଓ ଗୀତିକାର, ସଂଗୀତ ନିର୍ଦ୍ଦେଶକ ପ୍ରକାଶ କୁମାର, ନୃତ୍ୟଶିଳ୍ପୀ ଅନ୍ୱେଷା ପୁଟେଲ, ଖୁଲଣା ବୁଡେକ ଏବଂ ଫଟକାମାଲ ଡ୍ୟାନ୍ସ ଗୃପକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ମଧୁସୂଦନ ବାଗ ପରିଚାଳନା କରିଥିଲେ । ଏଥିରେ ସାମ୍ବାଦିକ ଭଜଶ୍ୟାମ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ପ୍ରଦୀପ ରଣା, ସୁଶାନ୍ତ ରଣା, ପବିତ୍ର ସାହୁ, ବଣ୍ଟି ବଗର୍ତ୍ତୀ, ମନୋଜ ଜୈନ, ବାଲ୍ମକୀ ଛତ୍ରିଆ, ସୋନୁ ରଣା, ଜିତୁ ଭୋଇ, ଜୀବରଧନ ସାହୁ, ପ୍ରଦୀପ ଛତ୍ରିଆ ସହଯୋଗ କରିଥିଲେ । ଏହି ସମାରୋହରେ ମ.ରାମପୁର, ଲାଞ୍ଜିଗଡ, ନର୍ଲା ଅଞ୍ଚଳର ସାମ୍ବାଦିକଙ୍କ ସମେତ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.