oom

ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୯ ବର୍ଷ ପରେ କାଲିଭନା ଦୁଷ୍କର୍ମ ଘଟଣାରେ ଦୋଷୀଙ୍କୁ ମାନ୍ୟବର ନ୍ୟାୟାଳୟ ୧୫ ବର୍ଷ ସଶ୍ରମ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୩ ମସିହା ଜୁନ ୧୩ ସନ୍ଧ୍ୟା ସମୟରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲିଭନା ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ସନ୍ଧ୍ୟା ସମୟରେ ଗ୍ରାମର ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକୁଟିଆ ପାଇ ଗ୍ରାମର ଶରତ ଭଞ୍ଜ (୫୫) ଦୁଷ୍କର୍ମ କରିଥିଲେ । ପରେ ପରେ ଝିଅଟି ଲଜ୍ଜା ଅନୁଭବ କରି ଆତ୍ମହତ୍ୟା କରିଥିଲା । ଝିଅର ପିତା କୁଞ୍ଜ ପଧାନର ରିପୋର୍ଟକୁ ଆଧାର କରି ବଲାଙ୍ଗିର ସଦର ପୋଲିସ ଥାନାରେ କେସ ନଂ.୨୩୫ ତା.୦୭.୧୨.୨୦୧୩ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬,୩୦୬ ଏବଂ ସେକ୍ସନ ୪ ଫୋକ୍ସସୋ ଆକ୍ଟରେ କେସ ଦାୟର ହୋଇଥିଲା । ଆଜି ବଲାଙ୍ଗିର ଫାଷ୍ଟ ଟ୍ରାକ୍‌ ସ୍ପେସିଆଲ ଜଜ୍‌ ବିରଞ୍ôଚ ନାରାୟଣ ମିଶ୍ର ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ଶରତ ଭଞ୍ଜଙ୍କୁ ଦଫା ୪ ପୋକ୍‌ସୋ ଏବଂ ଦଫା ୩୦୬ ଭାରତୀୟ ପିଙ୍ଗଲ କୋଡରେ ଦୋଷୀ ସାବ୍ୟସ୍ତ କରି ଧାରା ୪ ପୋକ୍‌ସୋ ଆଇନରେ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟରେ ଆଉ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ଧାରା ୩୦୬ରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଅନାଦେୟରେ ଆଉ ବର୍ଷେ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି । ସରକାର ତଥା ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଜୟରାମ ମିଶ୍ର କେସ ଲଢୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଅରବିନ୍ଦାକ୍ଷ ପୁଝାରୀ କେସ ଲଢୁଥିଲେ ।

jittmm
Leave A Reply

Your email address will not be published.