ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ବ୍ଲକ୍ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ରୂପେ ଜେ.ଏଫ୍.ବି.ଓ ସୁଜିତ କୁମାର ବାରିକ ଯୋଗ ଦେଇ ଫସଲର ଅବଶେଷକୁ କିଭଳି ପୁଷ୍ଟିକର ଗୋଖାଦ୍ୟ କରାଯାଇ ପାରିବ ଓ ତାର ସଂରକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗର ସତ୍ୟାନନ୍ଦ ଭୋଇ, ସମରେଶ ଭୋଇ ଓ ୱାଇ.ସି.ଡି.ଏ ଫକୀର ସାହୁ, ସଦାନନ୍ଦ ବାଗ, ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମିଲେଟ ମିଶନର ୨୦ଜଣ ମହିଳା ମାଣ୍ଡିଆ ଚାଷୀଙ୍କୁ ତାଲିମ ଦେଇ ଗୋଖାଦ୍ୟ ପୃଷ୍ଟିସାର ପ୍ରସ୍ତୁତ ସାମଗ୍ରୀ ୟୁରିଆ, ଲୁଣ, ଗୁଡ଼, ମକା ଗୁଣ୍ଡ କିଟ୍ ପ୍ରଦାନ କରାଯାଇଥିଲା । ଶେଷରେ ପୁରନ୍ଦର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।