ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଦୀପାବଳୀ ଠାରୁ ୫ଜି ସେବା ଆରମ୍ଭ ହେବ, ୨୦୨୩ ସୁଦ୍ଧା ପ୍ରତ୍ୟେକ ଗ୍ରାମରେ ସେବା

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜିଓ) ର ୪୫ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍)ରେ କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦୀପାବଳୀଠାରୁ ଦେଶରେ ରିଲାଏନ୍ସ ଜିଓର ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ବର୍ଷ ଦୀପାବଳୀ ୨୪ ଅକ୍ଟୋବରରେ ପାଳନ କରାଯିବ ଓ ସେହି ଦିନଠାରୁ ଜିଓ ୫ଜି ସେବା ମଧ୍ୟ ଆରମ୍ଭ ହେବ । ମୁକେଶ ଅମ୍ବାନୀ କହିଛନ୍ତି ଯେ, ରିଲାଏନ୍ସ ଜିଓ ୫ଜି, ଟ୍ରୁ ୫ଏ ହେବ । ଏହା ଏହା ୪ଜି ଉପରେ ନିର୍ଭର କରିବ ନାହିଁ । ମୁକେଶ ଅମ୍ବାନୀ କହିଛନ୍ତି ଯେ, ଜିଓ ୫ଜି ମାଧ୍ୟମରେ ଆମେ ଦେଶର ସମସ୍ତ ଲୋକଙ୍କୁ ସଂଯୋଗ କରିବୁ । ଜିଓ ୫ଜି ସେବାରେ ଆମେ ଆମେରିକା ଏବଂ ଚାଇନାକୁ ପଛରେ ପକାଇଦେବ । ଜିଓ ୫ଜି ଦୁନିଆରେ ସର୍ବୋତ୍ତମ ହେବ ।

Leave A Reply

Your email address will not be published.

twenty − nineteen =