ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲ କିରାଣୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ବଲରାମ କଲାରି ଆଜି ଜନୈକ ବ୍ୟକ୍ତିଙ୍କ ମ୍ୟୁଟେସନ କାମ କରିଦେବା ବାବାଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ । ବରିଷ୍ଠ ସହାୟକ ଉକ୍ତ କାମ ପାଇଁ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଦାବୀ କରିଥିଲେ । ଏ ସଂପର୍କରେ ଅଭିଯୋଗକାରୀ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶନାରେ ବରଗଡ଼ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଦଳ ଅମ୍ଭାଭୋନା ତହସିଲ ଅଫିସରେ ଛକି ରହିଥିଲେ । ବରିଷ୍ଠ ସହାୟକ ବଲରାମ କଲାରି ଲାଞ୍ଚ ନେବା ବେଳେ ଘଟଣା ସ୍ଥଳରେ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ୍ କରିବା ସହ ତାଙ୍କୁ ଗିରଫ କରିଥିଲେ । ସମ୍ବଲପୁର ଭିଜିଲାନ୍ସ କେସ୍‌ ନମ୍ବର ୨୭/୨୮-୭-୨୦୨୨, ସେକ୍ସନ ୭ ପିସିରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.