p purohi

ବ୍ଲକସ୍ତରୀୟ ବରଗଡ଼ ଇନୋଭେସନର କର୍ମଶାଳା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଅଛି । ଉକ୍ତ ଶିବିରରେ ବ୍ଲକରେ ମୋନାନୀତ ୭ଟି ସ୍କୁଲର ୭ଜଣ ପ୍ରଧାନ ଶିକ୍ଷକ, ୨୮ଜଣ ମେଣ୍ଟର ଓ ୨୮ ଜଣ କେପଟେନ ସର୍ବମୋଟ ୬୩ ଜଣ ପ୍ରଶିକ୍ଷଣ ନେଇଥିଲେ । ଗତ ୧୬ ତାରିଖ ଉକ୍ତ ପ୍ରକଳ୍ପଟି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବେନାର୍ଜୀଙ୍କ ତତ୍ୱବାଧାନରେ ବରଗଡ ଇନୋଭେସନ ନାରେ ‘ମକିଙ୍ଗ ଚିଲଡ୍ରେନ ଇଂସ୍ପିରସନାଲ’ ନାମରେ ନାମିତ ହୋଇଥିଲା । ଆଜିର ପ୍ରଶିକ୍ଷଣ କାର୍ଯ୍ୟ ଚୁଡାମଣି ବାରିକ ସନିଅର ବିଇଓ ପାଇକମାଲ ଓ ଶାଶ୍ୱତ ସୌରଭ ପଣ୍ଡା, ପିରମାଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହୋଇଥିଲା । ସଭାରେ ରାଜବୋଡାସମ୍ବର ବ୍ଲକର ବିଇଓ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେ, ଆରବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ମାନସ କୁମାର ଶତପଥି ଉପସ୍ଥିତ ଥିଲେ । ପରିଶେଷରେ ଆର୍‌ବି ହାଇସ୍କୁଲ ଶିକ୍ଷକ ରାଜେଶ କୁମାର ଖମରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜିଲ୍ଲାପାଳ ମହୋଦୟାଙ୍କର ଏହି ଅଭିନବ ଉଦ୍ୟମ ପାଇଁ ତାଙ୍କୁ ସାଧୁବାଦ ଦିଆଯାଇଥିଲା ।

nrusinghnath
Leave A Reply

Your email address will not be published.