oom

ଟାଏକୋଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଟାଏକୋଣ୍ଡୋ ୟୁନିଅନ ଦ୍ଵାରା ଛାତ୍ରଛାତ୍ରୀଙ୍କ କଲର୍ ବେଲ୍ଟ ପ୍ରୋମୋସନ ଟେଷ୍ଟ ରାଉରକେଲା ସ୍ଥିତ ସିଭିଲ ଟାଉନସିପଠାରେ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟରେ ସେକ୍ରେଟାରୀ ଜେନେରାଲ ମାଷ୍ଟର ମୁକେଶ କୁମାର ସାହୁଙ୍କର ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରାଉରକେଲା ଜାଗରଣ ମଞ୍ଚର ଅଧ୍ୟକ୍ଷ ଅମିତାଭ ସାମଲ ଏବଂ ଅବସରପ୍ରାପ୍ତ ଆଡିସନାଲ୍ ଏସ୍‌ପିଡ ସୁମନ ଦତ୍ତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କହିଥିଲେ ଯେ, ଆଜିକାର ଅସୁରକ୍ଷିତ ପରିସ୍ଥିତିରେ ପିଲାମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ନେବା ନିହାତି ଜରୁରୀ, ଯାହା ଦ୍ଵାରା ସେମାନେ ଆପଦକାଳୀନ ସମୟରେ ନିଜର ସୁରକ୍ଷା ନିଜେ କରି ପାରିବା ସହ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ ଦେଇ ପାରିବେ । ଏହା ସହିତ ଅତିଥି ଦ୍ୱୟ ପିଲାମାନଙ୍କୁ ଵେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଟେଷ୍ଟରେ ରାଉରକେଲା ଓ ବୀରମିତ୍ରପୁର ଅଂଚଳର ହାରାହାରି ୪୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେଥି ମଧ୍ୟରୁ ୨୦ ଜଣ ୟେଲ୍ଲୋ, ୫ ଜଣ ଗ୍ରୀନ୍‌, ୮ ଜଣ ଗ୍ରୀନ୍ ୱାନ୍, ଜଣେ ବ୍ଲୁ, ଜଣେ ରେଡ୍ ଏବଂ ୨ ଜଣ ରେଡ୍ ୱାନ୍ ବେଲ୍ଟ ଟେଷ୍ଟ ପାସ୍ କରି କୃତିତ୍ୱ ହାସଲ କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ କୋଚ୍ ମାଷ୍ଟର ମୁକେଶ କୁମାର ସାହୁ (ପଞ୍ଚମ ଡନ ବ୍ଲାକ ବେଲ୍ଟ୍ ଅଧିକାରୀ) ଏବଂ ସହକର୍ମୀ ତଥା ସହାୟକ କୋଚ୍ ଭାବେ ଆନନ୍ଦ କୁମାର ସୁନା, ପ୍ରଶାନ୍ତ କୁମାର ଗଞ୍ଜୁ, ତନିଶା ଇନ୍ଦୁଆର, ଗୌତମ ସିଂ, ସମୀର କୁମାର ଲୁଗୁନ, ସୁନିତା ପତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.