ଖପ୍ରାଖୋଲ ପୁଲିସ କବଜାରେ ପାଣିପମ୍ପ ଚୋର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ବୈତାଳୁ ଭୁଏଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ୩ ଏଚ୍‌ପିର ଗୋଟିଏ ପାଣିପମ୍ପ ଗତ ୯/୦୭ ତାରିଖରେ କେହି ଚୋରି କରି ନେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ପୁଲିସ ତନାଘନା ଆରମ୍ଭ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୁଲିସ ସୋମବାର ଦିନ ୧୦:୩୦ରେ ତିନି ଜଣ ଅଭିଯୁକ୍ତ ମହରାପଦର ଗ୍ରାମର ଅଜିତ କୁମ୍ଭାର(୨୩), ବନମାଲ ଗ୍ରାମର ଗୋବିନ୍ଦ ବଢିଆ (୨୨) ଏବଂ ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ପାଣିପମ୍ପ ଜବତ ହୋଇଛି । ଏ ନେଇ ଖପ୍ରାଖୋଲ ଥାନା କେସ ନଂ ୯୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିବା ସହ ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କେସ ତଦନ୍ତ ଅଧିକାରୀ ସେୱାନ କେରକେଟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.