ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଲୟରେ ୭୩ ତମ ବନ ମହୋତ୍ସବ ପାଳନ ସହ ଚାରା ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

  • ବୃକ୍ଷ ହିଁ ଜୀବନରେ ଅନୁପ୍ରାଣିତ ହୋଇ ଗଛ ଲଗାଇ ବଞ୍ଚାଇବାକୁ ଶପଥ ପାଠ
  • ମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି : ରେଞ୍ଜର ଲିଙ୍ଗରାଜ ଭୋଇ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ଚାରା ରୋପଣ ସାଙ୍ଗକୁ ପରିବେଶ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବନବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ, ଗିଡିଘାଟ ଫରେଷ୍ଟର ଆଦିତ୍ୟ ନନ୍ଦ, ଡଙ୍ଗାବିଞ୍ଜି ଫରେଷ୍ଟର ସୁନୀଳ ଛତ୍ରିଆ, ଓ ସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମମୁଖ ପାଣିଗ୍ରାହୀଙ୍କ ମିଳିତ ତତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଲେକେଲା ସରପଞ୍ଚ ଶ୍ୟାମ ସୁନ୍ଦର ଚିରଗୁନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ବୃକ୍ଷ ହିଁ ଜୀବନରେ ଅନୁପ୍ରାଣିତ ହୋଇ ସ୍କୁଲର ଛାତ୍ରଛାତ୍ରୀ ଗାଁ ପରିକ୍ରମା କରିବା ସହ ମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ତେଣୁ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇ ବଞ୍ଚାଇବାକୁ ଶପଥ ପାଠ କରାଯାଇଥିଲା । ଏଥିରେ ଫରେଷ୍ଟ ଗାର୍ଡ ମାନସ ଦଣ୍ଡସେନା, ମଲିସା ନନ୍ଦ, ଆମ ଜଙ୍ଗଲ ଯୋଜନାର ଅନ୍ଟି ଟିମ୍ ଲିଡର ଅଜୟ ମହାନ୍ତି, ଡିଇଓ ସେକ ସିରାଜ୍, ଶିବନନ୍ଦ ପାଣିଗ୍ରାହୀଙ୍କ ସମେତ ସମସ୍ତ ଫରେଷ୍ଟ ଷ୍ଟାଫ ଅଧିକାରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଶିକ୍ଷକ କଳାଚାନ୍ଦ ପ୍ରଧାନ, ତପନ ନାଗ, ଆଲୋକ ମେହେର, ଚନ୍ଦ୍ରଧ୍ୱଜ ଭୋଇ, ଶିକ୍ଷୟିତ୍ରୀ ବର୍ଷାରାଣୀ ଭର୍ତ୍ତାଗୁର୍ଲା, ସ୍ୱର୍ଣ୍ଣମୟୀ ପ୍ରଧାନ, ସ୍ୱେତା ନାଏକ, ଦେବାଶିଷ ନାଏକ, ଅଭୟ କୁମାର ସିଂ ଭୋଇ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ମହେନ୍ଦ୍ର କୁମାର ବୁଡେକ, ଆନ୍ୟୁମ୍ୟୁନି କମିଟିର ସଭାପତି ବୈଷ୍ଣବ ଦେଲେଇ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.