centurian jitm

ଘୁନସରରେ ଭାଇ ଜିଉଁତିଆ ପର୍ବ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଅଞ୍ଚଳ ସମେତ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଯାଇଛି । ଏହା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ । ଅଥଚ ଏଥର କାହାରି ମନରେ ସରାଗ ନାହିଁ । କରୋନା ଯାତନା ଭାଇ ଜିଉଁତିଆର ଉତ୍ସାହ, ଉଦ୍ଦୀପନାକୁ ପାଣିଚିଆ କରିଦେଉଛି । ମାନବ ସମାଜ ଏଭଳି ଏକ ସଙ୍କଟଜନକ ସମୟରେ ଗତି କରୁଛି ଯେଉଁ ସମୟରେ କାହାରି ମନରେ ହରସ ନାହିଁ । କରୋନା କାରୁଣ୍ୟ ସବୁରି ମହୁଁରୁ ହସ ଛଡ଼ାଇ ନେଇଛି ଯେମିତି । ତେଣୁ ସ୍ଵଭାବିକ ଭାବେ ଭାଇ ଜିଉଁତିଆ ସହ ପାର୍ବଣର ସବୁ ଉତ୍ସାହ କରୋନା ଯନ୍ତ୍ରଣାରେ ହଜି ଯାଇଛି ।

ମହାମାରୀରେ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ରୋଗ ସଂକ୍ରମିତ ପରିବାରର ବୋହୂଟି ଏ ବର୍ଷ ଦଶହରାରେ ବାପ ଘରକୁ ଯାଇ ପାରିନାହିଁ କି ଭାଇର ମଙ୍ଗଳ ମନାସୀ ଭାଇ ଜିଉଁତିଆ କରିପାରୁନି । ଅନ୍ୟପକ୍ଷରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଅନେକ ଭଉଣୀ ଏ ବର୍ଷ ଦଶହରାରେ ଭାଇ ଘରକୁ ଆସିବାକୁ ଉଚିତ ମଣିନାହାନ୍ତି । ଯାନବାହାନ ଚଳାଚଳରେ ସ୍ୱାଭାବିକତା ଫେରି ନ ଥିବାରୁ ଆହୁରି ଅନେକେ ଭାଇ ପାଖକୁଯାଇ ନପାରି ମନର ଦୁଃଖକୁ ମନରେ ମାରି ବସିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ଲୋଗାନ ‘ଘରେ ରହନ୍ତୁ, ସୁରକ୍ଷିତ ରୁହନ୍ତୁ’ ପାଳନ କରିବାକୁଯାଇ ଏ ବର୍ଷ ଦଶହରାକୁ ନିଜ ନିଜ ଘରେ ଏକ ପାରିବାରିକ ପାର୍ବଣ ଭାବେ ପାଳନ କରିବାକୁ ଏମାନେ ମାନସିକ ପ୍ରସ୍ତୁତି ନେଇ ସାରିଛନ୍ତି । ତେଣୁ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ଭଉଣୀମାନେ ଯିଏ ଯେଉଁଠି ଥିଲେ ବି ବିଧିରକ୍ଷା ପାଇଁ ସୀମିତ, ସଙ୍କୁଚିତ ଓ ନିରାଡ଼ମ୍ବର ଭାବରେ ଭାଇ ଜିଉଁତିଆ ଆୟୋଜନରେ ଲାଗିଛନ୍ତି । ଭାଇ ଜିଉଁତିଆ କରିଥିବା ଭଉଣୀମାନେ ଭାଇ ପାଇଁ ଉପବାସ ରହି ମହାଷ୍ଟମୀ ସନ୍ଧ୍ୟାରେ ଦୁର୍ଗା ପଜା ମଣ୍ଡପକୁ ଯାଇ
ସମୂହ ପୂଜାର୍ଚ୍ଚନା କରବା ପରମ୍ପରା ରହିଛି । କିନ୍ତୁ କରୋନା କଟକଣା ଯୋଗୁ ଏ ବର୍ଷ ତାହା ମନା ଥିବାରୁ ଭଉଣୀମାନେ ନିଜ ନିଜ ଘରେ ପୂଜା ଆୟୋଜନ କରିଛନ୍ତି । ଅନେକ ବୋହୂ ଏ ବର୍ଷ ବାପଘରକୁ ଯାଇ ପାରି ନଥିବାରୁ ଭାଇମାନେ ନବମୀ ସକାଳେ ଭଉଣୀର ଦୁବସ୍ପର୍ଶ ଓ ବନ୍ଦାଣରୁ ବଞ୍ଚିତ ହେବେ । ତେବେ ଆଜି ପଶ୍ଚିମ ଓଡିଶାର ଭାଇ ଜିଉଁତିଆ ପର୍ବ ପାଇଁ ଫିକା ଫିକା ଗାଁ ଠାରୁ ସହର । ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁଯାୟୀ ଦୁର୍ଗା ପୂଜା ପାଳନ ମଧ୍ୟ କରିବା ପାଇଁ କୁହାଯାଇଛି । ଭଉଣୀମାନେ ମା’‌ଙ୍କ ଠାରେ ଭାଇର ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.