ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ ଅନୁଷ୍ଠିତ ହୋଇଯାଇଛି । ଭଉଣୀମାନେ ଭାଇମାନଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ଦିନ ସାରା ନିଷ୍ଠାର ସହ ନିର୍ଜଳା ଉପବାସ ରଖି ଆଜି ଶାନ୍ତିପଡ଼ା ମଧ୍ୟଭାଗରେ ଥିବା ପୁରୁଣା ସ୍ଥାନରେ ଠୁଳ ହୋଇ ମା’ଙ୍କୁ ପୂଜା କରିଛନ୍ତି । କରୋନା କଟକଣାକୁ ଆଖି ଆଗରେ ରଖି ସମସ୍ତେ ମାସ୍କ ପରିଧାନ କରିଥିବା ବେଳେ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଛି । ଆଖପାଖର ଭଉଣୀମାନେ ଏକାଠି ହୋଇ ପୂର୍ବ ବର୍ଷ ଭଳି ପୂଜା କରିଛନ୍ତି । ସଂସାରରୁ କରୋନା ମହାମାରୀ ଚିରଦିନ ପାଇଁ ଚାଲିଯାଉ ବୋଲି ମା’ଙ୍କ ଠାରେ ପ୍ରାର୍ଥନା କରିଥିବା କୁହାଯାଇଛି ।

Leave A Reply

Your email address will not be published.