୪୭ କେଜି ଗଞ୍ଜେଇ ସହ ଜବତ୍‌ ହେଲା କାର୍‌ : ୧ ଗିରଫ

ଭଞ୍ଜନଗର : ଆଜି ଅସୁରବନ୍ଧ ଗ୍ରାମ ନିକଟସ୍ଥ ଦାନ୍ତଲିଙ୍ଗି ଛକ ଠାରେ ଏକ କାର୍‌ରେ ଚାଲାଣ ହେଉଥିବା ୪୭ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ । ଗଂଜେଇ ଚୋରା ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳର ଶେଷଦେବ ମାଲିକୁ ମଧ୍ୟ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏସ୍‌ଆଇ ସୁନୀଲ କଣ୍ଡଗରି ଆଜି ପୂର୍ବାହ୍ନରେ ଦାନ୍ତିଲିଙ୍ଗ ଛକ ଠାରେ ଯାଞ୍ଚ କରୁଥିବା ସମୟରେ ସନ୍ଦେହ ହେବାରୁ ଗୋଟିଏ କାର୍‌କୁ ତନ୍ନତନ୍ନ କରି ଯାଂଚ କରିଥିଲେ । କାର୍‌ ଭିତରୁ ଗଞ୍ଜେଇ ବାହାରିଥିଲା । ଏହା ପରେ କାର୍‌ ସହ ଜବତ୍‌ ଗଞ୍ଜେଇ ଓ ଅଭିଯୁକ୍ତକୁ ଥାନାକୁ ଆଣା ଯାଇଥିଲା । ଥାନା ଅଧିକାରୀ ରମେଶ କୁମାର ପ୍ରଧାନ‌ଙ୍କ ସୂଚନା ଅନୁସାରେ କେସ୍‌ ନଂ ୨୬୯/୨୦ରେ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.